Tuesday 3 November 2020

ଇସ୍ଲାମକୁ ଜୀବିତ ରଖିଛି ମଦରସା, କେବେ ବନ୍ଦ ହୋଇନପାରେ: ଆସାମ ବିଧାନସଭା ବାଚସ୍ପତି

 

ଇସ୍ଲାମକୁ ଜୀବିତ ରଖିଛି ମଦରସା, କେବେ ବନ୍ଦ ହୋଇନପାରେ: ଆସାମ ବିଧାନସଭା ବାଚସ୍ପତି

http://www.prameyanews7.com/assam-assembly-speaker-said-madrasa-cant-be-closed/

3/11/2020 at 4:13 PM

facebook sharing button Share
twitter sharing button Tweet
messenger sharing button Share
whatsapp sharing button Share
sharethis sharing button

ଗୌହାଟୀ ୩।୧୧: କେବେ କୌଣସିଠାରେ ମଦରସା ବନ୍ଦ ହୋଇଛି କି? କେବେ ବନ୍ଦ ହୋଇପାରିବନି କାରଣ ଏହି ମଦରସା ହିଁ ବିଶ୍ୱରେ ଇସ୍ଲାମକୁ ଜୀବିତ ରଖିଛି। ଏହା କହିଛନ୍ତି ଆସାମ ବିଧାନସଭା ବାଚସ୍ପତି ଅମିନୁଲ ହକ୍ ଲସ୍କର। କଚ୍ଛାର ଜିଲ୍ଲାରେ ମଦରସା ନିର୍ମାଣ ଲାଗି ଶିଳାନ୍ୟାସ ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ବାଚସ୍ପତି କହିଛନ୍ତି ଯେ ଆସାମ ସରକାର ରାଜ୍ୟରେ ସରକାରୀ ସଞ୍ଚାଳିତ ସମସ୍ତ ମଦରସା ଓ ସଂସ୍କୃତ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରୀ ଅଧିସୂଚନା ହୁଏତ ଚଳିତମାସରେ ଜାରି ହୋଇପାରେ ବୋଲି ସେ କହିଛନ୍ତି।

ତେବେ ଏଭଳି ଅନୁଷ୍ଠାନ ସରକାର ବନ୍ଦ କରିଦେଲେ ବନ୍ଦ ହୁଏନି। କାରଣ ଧର୍ମ ଓ ସଂସ୍କୃତିକୁ ଜୀବିତ ରଖିବାର ଏପରି ଅନୁଷ୍ଠାନଙ୍କ ଯୋଗଦାନ ଉଲ୍ଲେଖନୀୟ। ଏହି ସବୁ ଅନୁଷ୍ଠାନ  ମୌଲାନା ଓ କାଜିଙ୍କୁ ତିଆରି କରେ ଏହି ଅନୁଷ୍ଠାନରେ ମନ୍ଦିରର ମୁଖ୍ୟ ପୁରୋହିତ ଓ ମସଜିଦର ଇମାମ ପଢିଛନ୍ତି। ସରକାରୀ ମଦରସା ଅଥବା ସଂସ୍କୃତ ସ୍କୁଲରେ  ପାଠପଢି କେଉଁଠି କିଏ ମସଜିଦ ଓ ମନ୍ଦିରରେ ଯୋଗ ଦେଇଛି ଜଣକୁ ଖୋଜି ଆଣ ବୋଲି କହିଛନ୍ତି ବାଚସ୍ପତି।

ମଦରସା ଯେଉଁଗୁଡିକ ସରକାରୀ ପରିଚାଳିତ ସେଗୁଡିକୁ ରାଜ୍ୟରେ ବନ୍ଦ କରାଯିବ ବୋଲି ଶିକ୍ଷାମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଥିଲେ ବୋଲି ବାଚସ୍ପତି କହିଛନ୍ତି। ଏକ ଧର୍ମନିରପେକ୍ଷ ଦେଶରେ ଧାର୍ମିକ ଶିକ୍ଷାର କୌଣସି ସ୍ଥାନ ନାହିଁ। ତେବେ ରାଜ୍ୟରେ ଏପରି ବିଦ୍ୟାଳୟ ଚଳାଯିବ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଏପରି ବିଦ୍ୟାଳୟ ଲାଗି ରାଜ୍ୟ ସରକାର ବାର୍ଷିକ ୨୬୦ କୋଟି ଟଙ୍କା ବ୍ୟୟ କରୁଥିବାର ବିଶ୍ୱଶର୍ମା ଗୃହରେ କହିଥିଲେ। ରାଜ୍ୟରେ ଏବେ ସରକାର ପରିଚାଳିତ ୬୧୦ଟି ମଦରସା ରହିଛି।